ଦେଖିବାକୁ ଗଲେ କନ୍ଧମାଳ ଜିଲ୍ଲାରେ ୫ ହଜାର ପ୍ରଶିକ୍ଷିତ କର୍ମୀ ୧୩ ଶହ ଚାଷୀଙ୍କ ଏକାଠି ହୋଇ ହଳଦୀକୁ ଘରୋଇ ଓ ଆନ୍ତର୍ଜାତିକ ବଜାରରେ ମାର୍କେଟିଂ କାର୍ଯ୍ୟରେ ନିୟୋଜିତ ରହିଛନ୍ତି ଫଳରେ ଏହା ଦ୍ବାରା ସରକାରଙ୍କ ମସଲା ସଂଗ୍ରହ ୭୦ ପ୍ରତିଶତ ବୃଦ୍ଧି ପାଇଛି । ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ମହିଳା ଓ ଶିଶୁଙ୍କ ପୋଷଣ ସୁରକ୍ଷାକୁ ନେଇ ରିପୋର୍ଟରେ ଯେଉଁ ତଥ୍ୟ ଉପସ୍ଥାପନ କରାଯାଇଛି ସେଥିରେ ଦିଆଯାଇଛି ଓଡ଼ିଶାର ଉଦାହରଣ ।
ଓଡ଼ିଶାରେ କୁପୋଷଣ ବିରୋଧୀ ଲଢେଇରେ ପଞ୍ଚାୟତ ଓ ମହିଳା ମାନଙ୍କର ସହଭାଗୀତା ମଧ୍ୟ ସଫଳତା ହାସଲ କରିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ ଶିଳ୍ପ କରିଡର୍ କାର୍ଯ୍ୟକ୍ରମରେ ଦେଶରେ ୧୧ଟି ଶିଳ୍ପ କରିଡର ବିକଶିତ କରାଯାଉଛି । ସେଥିରେ ଓଡ଼ିଶାର ଅର୍ଥନୈତିକ କରିଡର ମଧ୍ୟ ସାମିଲ ହୋଇଛି । ଯାହା ଦେଶର ଓଡ଼ିଶାର ଗୁରୁତ୍ବକୁ ବଢାଇଛି। ମୋଦି ସରକାରରେ ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ଦିଆଯାଉଛି ଗୁରୁତ୍ବ।